ପୃଷ୍ଠଭୂମି:
"ଜାତୀୟ ଚେତନା—ଜନସ୍ୱରର ଏକ ନିର୍ଭୀକ ପ୍ରତିନିଧି।” ନିଡର ହୋଇ ସତ୍ୟର ପନ୍ଥାନୁସରଣ କରିବା ଏହାର ଏକମାତ୍ର ଲକ୍ଷ୍ୟ।
"ଜାତୀୟ ଚେତନା" ଏକ ସ୍ୱୀକୃତିପ୍ରାପ୍ତ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର, ଯାହା ଜାତୀୟ ଚେତନା, ରାଜନୈତିକ, ସାମାଜିକ ଓ ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଚାର କରିବାରେ ପ୍ରତିବଦ୍ଧ। ସମାଜ ପ୍ରତି ଦାୟିତ୍ୱବୋଧ ସହିତ, ଏହି ସମ୍ବାଦପତ୍ର ଜନସାଧାରଣଙ୍କ ସ୍ଵରକୁ ପ୍ରାଥମିକତା ଦେଇ ଏକ ନିରପେକ୍ଷ ଓ ଭରସାଯୋଗ୍ୟ ମାଧ୍ୟମ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।
ଅତିରଞ୍ଜିତ ନୁହେଁ ଅବିକଳ, ତାମସା ନୁହେଁ ସମସ୍ୟା, ଟିଆରପି ଦୌଡ ନୁହେଁ ପରିବର୍ତ୍ତନର ନୂଆ ସ୍ୱର ନେଇ ପଲ୍ଲୀରୁ ଦିଲ୍ଲୀ ଜନସ୍ବରର ସେତୁ ହୋଇ, ସତ୍ୟନିଷ୍ଠ ସାମ୍ବାଦିକତା ମାଧ୍ୟମରେ "ଜାତୀୟ ଚେତନା" ଜାଗ୍ରତ ରହିବ।
ରାଜ୍ୟ ରାଜନୀତି, ଅନ୍ତର୍ଜାତୀୟ - ଜାତୀୟ, ଶାସନ - ପ୍ରଶାସନ, ସାର୍ବଜନୀନ ନୀତି, ସାମାଜିକ ସମସ୍ୟା, ସଂସ୍କୃତି, ଶିକ୍ଷା ଓ ସମସାମୟିକ ଘଟଣାବଳୀ ଉପରେ ତଥ୍ୟାଧାରିତ ଓ ନିରପେକ୍ଷ ସମ୍ବାଦ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ।
ଜନହିତକର ସାମ୍ବାଦିକତା ଉପରେ ଗୁରୁତ୍ୱ ଦେଇ, ଜାତୀୟ ଚେତନା ଗ୍ରାମସ୍ତରର ସମସ୍ୟା, ସାଧାରଣ ଲୋକଙ୍କ ଦୁଃଖ-ଦୁର୍ଦ୍ଦଶା ଓ ସ୍ୱରକୁ ପ୍ରକାଶ କରେ, ଯାହା ଦ୍ୱାରା ସ୍ୱଚ୍ଛତା ଓ ସାମାଜିକ ସଚେତନତା ବୃଦ୍ଧି ପାଏ।
ମୁଦ୍ରିତ ଏବଂ ଡିଜିଟାଲ୍ ମାଧ୍ୟମରେ ନିୟମିତ ପ୍ରକାଶନ ସହ, ଜାତୀୟ ଚେତନା ସତ୍ୟ, ନୀତି ଓ ଦେଶହିତକୁ ଆଧାର କରି ଓଡ଼ିଆ ସାମ୍ବାଦିକତାକୁ ସୁଦୃଢ଼ କରିବା ପାଇଁ ନିରବଚ୍ଛିନ୍ନ ପ୍ର
ୟାସ ଜାରି ରଖିଛି।.